ଓଡିଶାକୁ ମହାତ୍ମାଗାନ୍ଧିଙ୍କ ପ୍ରଥମ ଗସ୍ତର ଶତବାର୍ଷିକୀ ପାଳନ ଅବସରରେ ଆଜି ବିଧାନସଭାରେ ପାରିତ ହୋଇଛି ‘ଅହିଂସା’ ସଂକଳ୍ପ । ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଧ ସ୍ଥାନୀତ କରିବା ପାଇଁ ଏହି ସଂକଳ୍ପ ପାରିତ ହୋଇଛି । ସଂକଳ୍ପ ପାରିତ ହେବା ପୂର୍ବରୁ ମହାତ୍ମାଗାନ୍ଧୀଙ୍କ ଜୀବନଦର୍ଶନ ଏବଂ ଓଡିଶା ସହ ମହାତ୍ମା ଗାନ୍ଧୀଙ୍କ ସଂପର୍କକୁ ନେଇ ବିଧାୟକମାନେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନୀତି ଓ ଆଦର୍ଶ ପ୍ରତି ରାଜ୍ୟ ସରକାର ସଂପୂର୍ଣ୍ଣ ଅଙ୍ଗୀକାରବଦ୍ଧ । ରାଜ୍ୟ ସରକାର ସଚ୍ଚିବାଳୟର ନାମ ପରିବର୍ତ୍ତନ କରି ଲୋକସେବା ଭବନ ରଖିଛନ୍ତି । ଓଡିଶା ପ୍ରତି ମହାତ୍ମା ଗାନ୍ଧୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଲା । ଜୀବନକାଳ ଭିତରେ ଗାନ୍ଧିଜୀ ଓଡିଶାକୁ ଆଠଥର ଆସିଛନ୍ତି ଏବଂ ଆଜିର ଦିନରେ ମାର୍ଚ୍ଚ 23 ତାରିଖ 1921ରେ ଗାନ୍ଧିଜୀ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ । ଓଡିଶାର ବିଭିନ୍ନ ସ୍ଥାନ ବୁଲିବା, ପଦଯାତ୍ରା କରିବା ସହ ସାମାଜିକ ସଚେତନତା ଏବଂ ସ୍ବାଧୀନତା ଆନ୍ଦୋଳନର ବାର୍ତ୍ତା ଦେଇଥିଲେ । ଆଜି ଦିନରେ ବିଶ୍ବ ମହାମାରୀ ସମୟରେ ମହାତ୍ମାଗାନ୍ଧୀଙ୍କ ଜୀବନଦର୍ଶନ ଓ ଆଦର୍ଶର ବହୁ ଗୁରୁତ୍ବ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

LEAVE A REPLY

Please enter your comment!
Please enter your name here