କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଭୁବନେଶ୍ୱର-କଟକ-ପୁରୀ ସହର ପାଇଁ ମୋ ବସ ସେବା ଆରମ୍ଭ ହୋଇଥିବାବେଳେ ଗୁରୁବାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଡିଏକୁ ‘ମୋ ବସ’ ଚଳାଚଳ ଆରମ୍ଭ କରିଛି । ରୁଟ୍ ନଂ ୧୦ରେ ଏହି ବସ ସେବା ଆରମ୍ଭ ହୋଇଛି । ୩୭ କିମିର ଏହି ରୁଟ୍ରେ ‘ମୋ ବସ’ ପ୍ରତ୍ୟେକ ଦିନ ସକାଳ ୭ଟାରୁ ଆରମ୍ଭ ହେବ । ବିମାନବନ୍ଦରରୁ ରାତି ୮ଟାରେ ଶେଷ ବସ ଏବଂ ସିଡିଏରୁ ରାତି ୮ଟା ୨୦ରେ ଶେଷ ବସ ଛାଡିବ । ବିମାନବନ୍ଦରରୁ ସିଡିଏସ୍ଥିତ ବିଜୁ ପଟ୍ଟନାୟକ ପାର୍କକୁ ଦୈନିକ ୨୮ଟି ବସ ଚାଲିବ । ଏଥିରେ ୧୯ଟି ଏସି ବସ ଓ ୯ଟି ନନଏସି ବସ ରହିଛି ।
ଏହି ରୁଟରେ ବିମାନବନ୍ଦରରୁ ବସ ବାହାରି କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ଭୁବନେଶ୍ୱର କ୍ଲବ, ନ’ତାଲା, ପାୱାର ହାଉସ ଛକ , କଳିଙ୍ଗ ଷ୍ଟାଡିୟମ ଛକ, ପଟିଆ ଛକ, ଇନଫୋସିଟି ଛକ , ଶିଖରଚଣ୍ଡୀ, କିଟ୍, ନନ୍ଦନକାନନ, ବାରଙ୍ଗ, ତି୍ରଶୁଳିଆ, ଜୁଡିଶିଆଲ ଏକାଡେମି , ସିଡିଏ-୬ ପାର୍କ, ସିଡିଏ-୯ ମାର୍କେଟ ଛକ, ଜଷ୍ଟିସ ଛକ ଓ ବିଜୁ ପଟ୍ଟନାୟକ ଛକରେ ବସ ରହିବ ।
କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ଯେ, ଖୁବଶୀଘ୍ର ଜାତୀୟ ରାଜପଥ-୧୬ ଦେଇ ଭୁବନେଶ୍ୱରରୁ କଟକକୁ ମୋ ବସ ଚାଲିବ । ଏଥିରେ ରୁଟ୍-୧୬ରେ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲରୁ ସିଡିଏର ବିଜୁ ପଟ୍ଟନାୟକ ପାର୍କ, ରୁଟ୍ ୧୬-ଏରେ ମାଷ୍ଟରକ୍ୟାଣ୍ଟିନରୁ ବାରବାଟୀ ଷ୍ଟାଡିୟମକୁ ବସ ଚାଲିବ ।

LEAVE A REPLY

Please enter your comment!
Please enter your name here