ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ ସଂଶୋଧନ ବିଲ୍ । ବିରୋଧୀଙ୍କ ବିରୋଧ ସତ୍ତ୍ବେ ଗୃହରେ ଏହି ବିଲ୍ ପାରିତ ହୋଇଛି । ପୂର୍ବରୁ ଥିବା ସଂକ୍ରାମକ ରୋଗ ଆଇନକୁ ସଂଶୋଧନ କରିବା ପାଇଁ ଏହି ବିଲ୍ ସରକାର ଆଗତ କରିଥିଲେ । ତେବେ ସଂଶୋଧନ ପ୍ରସ୍ତାବ ଅନୁଯାୟୀ ସଂକ୍ରାମକ ରୋଗ ପରିଚାଳନା ସମୟରେ ବ୍ୟବସ୍ଥାକୁ ଯିଏ ବିରୋଧ କରିବ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଆଇନ ଅନୁଯାୟୀ ମାମଲା ରୁଜୁ ହେବ । ତେଣୁ ଏଭଳି ସଂଶୋଧନ ବିଲକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ବିରୋଧୀ କହିଥିଲେ । ବିଜେପି ବିଧାୟକ ଓଟିଭି ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରସଙ୍ଗ ଉଠାଇ କହିଥିଲେ, ଗଣମାଧ୍ୟମ ଭଳି ସରକାର ବିରୋଧୀଙ୍କ ନାଁରେ ବି ମାମଲା ରୁଜୁ କରିବା ପାଇଁ ଏଭଳି ସଂଶୋଧନ ବିଲ୍ ଆଣିଛନ୍ତି । କଂଗ୍ରେସ ବିଧାୟକମାନେ ମଧ୍ୟ ଏହାକୁ ବିରୋଧ କରିଥିଲେ । ତେବେ ବିରୋଧୀଙ୍କ ବିରୋଧ ସତ୍ତ୍ବେ ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ ହୋଇଛି ।

LEAVE A REPLY

Please enter your comment!
Please enter your name here