ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଅବସରରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବାକୁ ପୁରୀ ଏବଂ କୋଣାର୍କରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । ପର୍ଯ୍ୟଟକମାନଙ୍କ ସୁରକ୍ଷା ସହ ସେମାନେ ଯେପରି ଭଲରେ ରହିପାରିବେ ସେ ଉପରେ ଗୁରୁତ୍ୱ ଦିଆଯାଉଛି । ଆଜି ପର୍ଯ୍ୟଟକ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଛି । ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୧୯୭୦ ମସିହାରୁ ସେପ୍ଟେମ୍ବର ୨୭କୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବରେ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here