ଶୁକ୍ରବାର ଜାତିସଂଘର ସାଧାରଣ ଅଧିବେଶନ | ମୁହାଁ ମୁହିଁ ହେବେ ଭାରତ ଓ ପାକିସ୍ତାନ | ଉଦ୍ବୋଧନ ଦେବେ ଦୁଇ ଦେଶର ପ୍ରଧାନମନ୍ତ୍ରୀ | ସନ୍ଧ୍ୟା ସାଢେ ୬ଟାରେ ବୈଠକ ଆରମ୍ଭ ହେବ | କିନ୍ତୁ ତା ପୂର୍ବରୁ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ କହିବେ ତା ଉପରେ ସମସ୍ତଙ୍କ ନଜର ରହିଛି | ପ୍ରଧାନମନ୍ତ୍ରୀ ୮ ଟାରୁ ୯ ଟା ମଧ୍ୟରେ ଉଦ୍ବୋଧନ ଦେବେ | ବିଶେଷ କରି ପ୍ରଧାନମନ୍ତ୍ରୀ ପାକିସ୍ତାନକୁ ସିଧା ଆକ୍ଷେପ ନକରି ଆତଙ୍କବାଦୀ ମୂଳପତନ ପ୍ରସଙ୍ଗକୁ ନେଇ ନିଜ ଅଭିଭାଷଣ ସ୍ଥାନ ଦେଇପାରନ୍ତି | ଏଥିସହ ସ୍ୱଛତା, ଦାରିଦ୍ର ଦୂରୀକରଣ, ସ୍ୱାସ୍ଥ୍ୟ ସେବା ଓ ଜଳବାୟୁ ପରିବର୍ତନ ଆଦି ପ୍ରସଙ୍ଗକୁ କେନ୍ଦ୍ର କରି ଅଭିଭାଷଣ ଦେଇପାରନ୍ତି | ସେପଟେ ଅଧିବେଶନ ଆରମ୍ଭରୁ ହାର ମାନି ସାରିଲେଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ | ସେ ନିଜ ଉଦ୍ବୋଧନ ସମୟରେ କାଶ୍ମୀର ପ୍ରସଙ୍ଗ ଉଠେଇବା ନେଇ କହିଥିବା ବେଳେ, ଏହାକୁ ନେଇ କାହାର କିଛି ଫରକ ପଡିବନି କିନ୍ତୁ ମୁଁ ଚାହୁଁଚି ଏହି ପ୍ରସଙ୍ଗ ସାରା ବିଶ୍ୱ ଜାଣୁ ବୋଲି କହିଛନ୍ତି | ତେବେ ଗୋଟିଏ ବୈଠକରେ ଦୁଇ ଦେଶର ମୁଖ୍ୟଙ୍କ ପରସ୍ପର ପ୍ରତି ଆଭିମୁଖ୍ୟ କିପରି ରହିବ, ସେନେଇ ସମସ୍ତଙ୍କ ନଜର ରହିଛି |

LEAVE A REPLY

Please enter your comment!
Please enter your name here