ପାରାଦୀପରେ ପଲିପ୍ରପିଲିନ ପ୍ଲାଣ୍ଟ ସମେତ ଅନେକଗୁଡିଏ ବୃହତ ପରିଯୋଜନାର ଶୁଭାରମ୍ଭ ଆସନ୍ତା ୬ ତାରିଖରେ କରାଯିବ. ଭାରତୀୟ ତୈଳ ନିଗମ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଓଡିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ଏହି ପ୍ରକଳ୍ପ ସବୁ ସାହାଯ୍ୟ କରିବ. ଉଦଘାଟିତ ହେବାକୁ ଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି, ୩୧୫୦ କୋଟି ଟଙ୍କା ମୂଲ୍ୟର ପଲିପ୍ରପିଲିନ ପ୍ଲାଣ୍ଟ, ୫୬୫୪ କୋଟି ଟଙ୍କାର ମନୋଇଥିଲିନ ଗ୍ଲାଇକଲ ପ୍ଲାଣ୍ଟ ଓ ୬୯୦ କୋଟି ଟଙ୍କାର ଏଲପିଜି ଇମ୍ପୋର୍ଟ ଟର୍ମିନାଲ.














