ମଙ୍ଗଳବାର କୋରାପୁଟ ନବରଙ୍ଗପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବରଙ୍ଗପୁରରେ ୧୦୯୭ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।ଉମରକୋଟରେ ଆୟୋଜିତ ସମାବେଶରେ ଉଦବୋଧନ ଦେଇ କେନ୍ଦ୍ର ଉପରେ ଖୁବ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରର ଅବହେଳା ନେଇ ସମାଲୋଚନା ମଧ୍ୟ କରିଛନ୍ତି । କେନ୍ଦ୍ର ସରକାର କେବିକେ ଅନୁଦାନ ବନ୍ଦ କରିଥିବାବେଳେ ବିଜେଡି ସରକାର କେବିକେ ଅଞ୍ଚଳ ପାଇଁ ବିଜୁ କେବିକେ ଯୋଜନା ଚାଲୁ ରଖିଛି ବୋଲି ନବୀନ କହିଛନ୍ତି । ଅନ୍ୟପଟେ କୋରାପୁଟ ଜୟପୁରରେ ବିଜେଡ଼ିର ଯୁବ ସମାବେଶରେ ମଧ୍ୟ ନବୀନ ଯୋଗ ଦେଇଛନ୍ତି । ବିଜୁ ଯୁବ ବାହିନୀ ପକ୍ଷରୁ ଆଂଚଳିକ ସମାବେଶରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋରାପୁଟରେ ୧୧ଶହ ୩୬ ଦଶମିକ ୪୧ କୋଟି ଟଙ୍କା ମୁଲ୍ୟର ୩୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି ନବୀନ ।

LEAVE A REPLY

Please enter your comment!
Please enter your name here