ପୁରୀ ଗଲେ ଭକ୍ତଙ୍କୁ ଘରକୁ ଆସିବାକୁ ମନ ଲାଗେନି । ଇଛା ହୁଏ ଆଉ ଦୁଇ କି ତିନିଦିନ ଜଗା ଧାମରେ ରହିବାକୁ । ହେଲେ ସାଧାରଣ ଲୋକଙ୍କ ପାଇଁ ପୁରୀରେ ରହିବାକୁ ଟିକେ ସମସ୍ୟା ହୁଏ । କାହିଁକି ନାଁ ପୁରୀରେ ରହିବାକୁ ହେଲେ ହୋଟେଲ ବୁକ୍ କିମ୍ବା ମଠରେ ରୁମ୍ ବୁକିଂ କରିବାକୁ ପଡିଥାଏ । ଆଉ ଯେଉଁଠି ଅଧିକ ଚାର୍ଜେସ ଲାଗିଥାଏ । କିନ୍ତୁ ଏଥର ଶହେରୁ ଦେଢ ଶହ ଟଙ୍କା ମଧ୍ୟରେ ପୁରୀରେ ରହିହେବ । ସାଧାରଣ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ହେବ ଭକ୍ତ ନିବାସ । ଭକ୍ତ ନିବାସ ସମ୍ପର୍କରେ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ସୂଚନା । ଭକ୍ତ ନିବାସ ପାଇଁ ବାସେଳୀ ସାହି ଥାନା ନିକଟରେ ଜମି ଚିହ୍ନଟ । ୯/୧୦ ଏକର ଜାଗା ଚିହ୍ନଟ । ୩ରୁ ୪ ହଜାର ଲୋକଙ୍କ ରହଣୀ ବ୍ୟବସ୍ଥା । ଭକ୍ତ ନିବାସରେ ରହିବା ପାଇଁ ବେଡ୍ ପିଛା ଶହେରୁ ଦେଢଶହ ଦେୟ ।