ଆସନ୍ତା 22 ତାରିଖରେ ଆଣ୍ଡାମାନ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେବ । ତେବେ ଏହି ବାତ୍ୟା କ୍ରମଶଃ ‘ସିଭିୟର’ ଅବା ‘ଭେରି ସିଭିୟର’ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟାର ରୂପରେଖ ଯଦିଓ ଏବେଠାରୁ ସ୍ପଷ୍ଟ ହୋଇନାହିଁ, ତେବେ ଏହା ଭୀଷଣ ଅବା ଅତି ଭୀଷଣ ରୂପ ନେବାର ସମ୍ଭାବନା ରହିଛି । ବାତ୍ୟାକୁ ନଜରରେ ରଖି ଆସନ୍ତାକାଲି ଠାରୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । 22 ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ଏହା 72 ଘଣ୍ଟା ଭିତରେ ବାତ୍ୟାର ରୂପ ନେବ । ଅର୍ଥାତ ଲଘୁଚାପ ଡିପ୍ ଡିପ୍ରେସନ ହୋଇ ବାତ୍ୟାର ରୂପ ନେବା ବେଳକୁ 24 କି 25 ତାରିଖ ହୋଇଯିବ । ବାତ୍ୟାର ଗତି ଓଡିଶା ଓ ବାଂଲାଦେଶ ମଧ୍ୟ ଦେଇ ଆସିବ ବୋଲି ଏବେଠୁ ଆକଳନ କରାଯାଇଥିଲେ ହେଁ ନିର୍ଦ୍ଧିଷ୍ଟ ଭାବରେ କେଉଁ ଅଞ୍ଚଳକୁ ବେଶୀ ପ୍ରଭାବିତ କରିବ, ତାହା 22 ତାରିଖ ପରେ ସ୍ପଷ୍ଟ ହେବ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଜି ଏସଆରସି ବୈଠକ କରିଛନ୍ତି । ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here