ଭୁବନେଶ୍ବର: ଜଗତର ନାଥ ଜଗନ୍ନାଥଙ୍କୁ କିଏ ବା ନ ଜାଣେ । ଓଡିଆ ଜାତିର ପରିଚୟ ମହାପ୍ରଭୁ ଜଗନ୍ନାଥ । କର୍ମବ୍ୟସ୍ତ ଜୀବନରୁ ଅବ୍ୟାହତି ନେଇ ଚାଲିଆସେ କିଏ ମନକୁ ହାଲୁକା କରିବାକୁ ତ କିଏ ମନୋରଞ୍ଜନ କରିବାକୁ । ଦର୍ଶକମାନେ ଚାଲିଆସିଥିଲେ ଦେଖିବାକୁ ଚକଲେଟ୍ ପ୍ରଡକସନ୍ସ ଦ୍ବାରା ମଞ୍ଚସ୍ଥ ଅନନ୍ୟ ନାଟକ “ ଆହେ ନୀଳ ଶଇଳ” । ପ୍ରାୟତଃ ଆହେ ନୀଳ ଶଇଳ ପ୍ରାର୍ଥନା ସହିତ ସମସ୍ତେ ପରିଚିତ । ନାଟକଟି ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା । ନିର୍ଦ୍ଦେଶନା ଲାଲା ବୀରେନ୍ ରାୟ । ମହାପ୍ରଭୁଙ୍କର ମାନରକ୍ଷା କରିବା ପାଇଁ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ ତଥା ଅତ୍ୟାଚାରର ସମ୍ମୁଖୀନ ହୋଇଛନ୍ତି । ଭକ୍ତର ଆର୍ତ୍ତ ରକ୍ଷାକରି କଳାଠାକୁର ସିଂହଦ୍ବାରକୁ ପତିତପାବନ ଭାବେ ପ୍ରତିଷ୍ଠା ହୋଇଛନ୍ତି । ଯେପରି ଭାବଭକ୍ତିରେ ବିଭୋର ଆଖିରେ ଆନନ୍ଦାଶ୍ର ନେଇ ଜୟ ଜଗନ୍ନାଥ ଗୁଞ୍ଜରଣ ସହିତ ସମର୍ପିତ ହୋଇଯାଇଥିଲେ ଦର୍ଶକ ।

LEAVE A REPLY

Please enter your comment!
Please enter your name here