ଟେଲିଭିଜନ  କାର୍ଯ୍ୟକ୍ରମ ମଧ୍ୟରୁ ସାରା ଦୁନିଆରେ ଲୋକପ୍ରିୟତା ହାସଲ କରିଥିବା କାର୍ଯ୍ୟକ୍ରମ ‘ଗେମ୍ ଅଫ୍ ଥ୍ରୋନ୍ସର’ ଟିଜର ରିଲିଜ ହୋଇଛି. ଦୁନିଆରେ ସବୁଠୁ ଅଧିକା ମାତ୍ରାରେ ଦେଖୁଥିବା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପାଦ ଥାପିଛି. ‘ଗଟ୍’ ର 8ମ ତଥା ଅନ୍ତିମ ସିଜିନ ଏପ୍ରିଲ 14 ତାରିଖରେ ଦୁନିଆ ସାମ୍ନାରେ ଥିବ. 90 ସେକେଣ୍ଡର ଟ୍ରେଲରରେ ସିରିଜର 3ଟି ଚରିତ୍ରକୁ ଗୁରୁତ୍ୱପୂର୍ଣ୍ଣ  ଭୂମିକାରେ ଦେଖାଯାଇଛି, ଯେଉଁମାନେ ନିଜ ପୈତୃକ କୋଠରୀରେ ହତିଆର ପାଇଁ ବୁଲୁଥିବା ନଜର ଆସିଛନ୍ତି. ଟ୍ରେଲରରେ ଧଳା ବରଫକୁ ମଧ୍ୟ ହାଲକା ଭାବେ ପ୍ରଦର୍ଶନ କରାଯାଇଛି. ଯାହାକୁ 7ଟି ସିଜିନରୁ ଫ୍ୟାନମାନଙ୍କର ଅପେକ୍ଷା ରହିଥିଲା, ଶେଷରେ ଅନ୍ତିମ ସିଜିନରେ ତାହା ସାମ୍ନାକୁ ଆସୁଛି. ‘ଏଚବିଓ’ ଓ ‘ଗଟ୍’ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଦେଢ ମିନିଟର ଏହି ଟିଜର ଜାରୀ କରିଛନ୍ତି. ଏହାଛଡା 14 ଏପ୍ରିଲରୁ ଫାଣ୍ଟାସି ଡ୍ରାମା ଅନ ଏୟାର ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି. ଟିଜରରେ ଯଦିଓ ସେଭଳି କିଛି ଦମଦାର ନାହିଁ, ମାତ୍ର ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦୁଇଗୁଣ ହୋଇଯାଇଛି.

 

LEAVE A REPLY

Please enter your comment!
Please enter your name here