ଭିଜିଲାନ୍ସ ଜାଲରେ ଭବାନୀପାଟଣା ସଦର ଆଇ.ସି.ଡି.ଏସ ସୁପରଭାଇଜର । ଭବାନୀପାଟଣା ଆଇ.ସି.ଡି ଏସର ସୁପରଭାଇଜର ବାସନ୍ତୀ ନାଏକ ୩୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଙ୍ଗନବାଡି ପରିଚାଳନା ପାଇଁ ଆସିଥିବା ତିନି ମାସର ବିଲ ୩୫ ହଜାର ୫୦୦ ଟଙ୍କା ପାସ କରିବାକୁ କାଉଣ୍ଟର ସାଇନ ପାଇଁ ସୁପରଭାଇଜର ୧୦ ପ୍ରତିଶତ ଲାଞ୍ଚ ଦାବି କରିଥିଲେ । ଏନେଇ ପରିଆ ଗାଁର ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ନାଏକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଆଜି ୧୦ ପ୍ରତିଶତ ଲାଞ୍ଚ ୩୫୦୦ ଟଙ୍କା ନେଉଥିବାବେଳେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ସହ ମହିଳା ସୁପରଭାଇଜରକୁ ଧରିଛି । ଏଭଳି ଅଙ୍ଗନବାଡୀ ପରିଚାଳନା ପାଇଁ ଆସୁଥିବା ଟଙ୍କା ପାଇ କାଉଣ୍ଟର ସାଇନ ପାଇଁ ସୁପରଭାଇଜର ପୂର୍ବରୁ ୧୦ ପ୍ରତିଶତ ନେଉଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here