ଯୁଦ୍ଧଜାହାଜ ଦେଖିବେ ଲୋକ ପ୍ରତିନିଧି । ଆଜି ରାଜ୍ୟର ୧୨୩ ବିଧାୟକ ଯୁଦ୍ଧ ଜାହାଜ ଦେଖିବାପାଇଁ ଯାଇଛନ୍ତି ପାରାଦୀପ । ବିଧାୟକଙ୍କ ସହ ବାଚସ୍ପତି ଏବଂ ଅନେକ ମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି । ବିଧାନସଭାରୁ ଏକାଠି ହୋଇ ବାହାରିଛନ୍ତି ବିଧାୟକ । ଏତେ ସ˚ଖ୍ୟାରେ ବିଧାୟକ ଏକାଠି ପାରାଦୀପ ଆସିବା, ପ୍ରଥମ ଘଟଣା। ଏଣୁ ଏହି କାର‌୍ୟ୍ୟକ୍ରମରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ନୌସେନା ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏ ନେଇ ନୌସେନା ବିଭାଗ ଆଇଏନ୍‌ଏସ୍ ଚିଲିକା ପକ୍ଷରୁ ପ୍ରାଥମିକ ସ୍ତରରେ କେବଳ ସୂଚନା ଦିଆଯାଇଛି। ‘ଆଇଏନ୍‌ଏସ୍ ଜଳସ୍ବା’ ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ଯୁଦ୍ଧ ଜାହାଜ। ପୂର୍ବରୁ ଏହାର ନାଁ ‘ୟୁଏସ୍‌ଏସ୍ ଟ୍ରେ˚ଟନ’ ଥିଲା । ଏମାନେ ପାରାଦ୍ୱୀପରେ ଆଇଏନଏସ ଜଲସା, ଆଇଏନଓ ଜଲାସା ଦେଖିବେ

LEAVE A REPLY

Please enter your comment!
Please enter your name here