ଭୁବନେଶ୍ୱରରେ ଆଜିଠାରୁ ହେବ ବିନା ସ୍ଲଟରେ ଟିକାକରଣ । ଯଦି ଆପଣ ଅନଲାଇନରେ ସ୍ଲଟ ବୁକିଂ କରିନାହାଁନ୍ତି । ତେବେ ଟିକା ନେଇ ପାରିବେ ଆପଣ । ଡ୍ରାଇଭିଂ କେନ୍ଦ୍ରରେ ଦ୍ୱିତୀୟ ଡୋଜ୍ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ୩୦ଟି କେନ୍ଦ୍ରରେ ୱାକ ଇନ୍ ବ୍ୟବସ୍ଥା ହୋଇଛି । ଟିକା ନେଇନଥିବା ବ୍ୟକ୍ତି ୱାକ ଇନ୍ ରେ ଯାଇ ଟିକା ନେବେ । ଆଧାରକାର୍ଡ ନେଇ ଟିକାକରଣ କେନ୍ଦ୍ରକୁ ଗଲେ ବିନା ରେଜିଷ୍ଟ୍ରେସନରେ ନେଇପାରିବେ ଟିକା । ପ୍ରଥମ ଡୋଜ୍ ନେଇସାରିଥିବା ବ୍ୟକ୍ତିଙ୍କ ସମୟ ସରିଥିଲେ ଡ୍ରାଇଭ ଇନରେ ଯାଇ ପୂର୍ବ ନିର୍ଦ୍ଧାରିତ କେନ୍ଦ୍ରରେ ଦ୍ୱିତୀୟ ଡୋଜ୍ ନେଇପାରିବେ । ଜୁଲାଇ ଶେଷ ସୁଦ୍ଧା ଭୁବନେଶ୍ୱରରେ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ବିଏମସି ।

LEAVE A REPLY

Please enter your comment!
Please enter your name here