ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୯୦ ଆକ୍ରାନ୍ତ ଚିହ୍ନଟ । ୯୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୩ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୨୭ ରହିଛି । ବିଜେବିନଗର, ଜାଗମରା, ଲକ୍ଷ୍ମୀସାଗର , ଘାଟିକିଆ, ବିଶେଶ୍ୱର ବସ୍ତି, କୋଳଥିଆ ସତ୍ୟସାହି ଏନକ୍ଲେଭ, ମହାବୀର ବସ୍ତି, ପାତ୍ରପଡା, ୟୁନିଟ ୪, ନୟାପଲ୍ଲୀ, , ଓଲ୍ଡ ଟାଉନରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଜେବି ନଗର ଅଞ୍ଚଳରୁ ଏକ ଘରୋଇ ହସ୍ପିଟାଲର ଜଣେ ଡ୍ରାଇଭର ଚିହ୍ନଟ ହୋଇଛନ୍ତି । ଭରତପୁର,ବରମୁଣ୍ଡା, ଚନ୍ଦ୍ରଶେଖରପୁରରୁ ପୋଖରୀପୁଟରୁ ଦୁଇ ଜଣ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ରସୁଲଗଡରୁ ୩ ଜଣ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ଖଣ୍ଡଗିରୀରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରାଇଭେଟ୍ ହସ୍ପିଟାଲରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ପଜିଟିଭଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି । ୩୮୫ ସୁସ୍ଥ ହୋଇଥିବାବେଳେ ୧୧ ଜଣ ଆଖି ବୁଜିଛନ୍ତି । ୪୬୨ ଜଣ ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here