ସିବିଏସଇ ଦଶମଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । www.cbseresults.nic.in/results.nic.in ଏହି ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷାଫଳ ପାଇପାରିବେ । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ କରି ଏହି ଘୋଷଣା କରିଥିଲେ । ଗତବର୍ଷ ଠାରୁ ଚଳିତବର୍ଷ ପାସ୍ ହାର ବୃଦ୍ଧି ଘଟିଛି । ଗତବର୍ଷ ଏହା ୯୧.୧୦% ରହିଥିଲାବେଳେ ଚଳିତବର୍ଷ ପାସ୍ ହାର ୦.୩୬% କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୩.୨୦% ଥିବା ବେଳେ ତ୍ରିଭେନ୍ଦ୍ରମରେ ପାସ୍ ହାର୯୯.୨୮% ରହିଛି । ସର୍ବନିମ୍ନ ପାସ୍ ହାର ଗୌହାଟି ରେ ୭୯.୧୨% ରହିଛି । ତେବେ ଏଥର ବି ଛାତ୍ର ମାନଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ଛାତ୍ରୀଙ୍କ ପାସ୍ ହାର % ୯୩.୩୧ ଥିବା ବେଳେ ଛାତ୍ରଙ୍କ ପାସ୍ ହାର %୯୦.୧୪ ରହିଛି ।କେନ୍ଦ୍ରୀୟ ବିଦ୍ୟାଳୟ ରେ ୯୯.୨୩ % ପିଲା ପାସ୍ ହୋଇଛନ୍ତି ।ସେହିପରି ନବୋଦୟ ସ୍କୁଲରେ ୯୮.୬୬% ଓ ଘରୋଇ ବିଦ୍ୟାଳୟ ମାନଙ୍କରେ ୯୨.୮୧% ପିଲା ପାସ୍ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here