୭୨ରେ ପାଦ ଥାପିଛି ସ୍ମାର୍ଟସିଟି ଭୁବନେଶ୍ୱର । ମନ୍ଦିର ମାଳିନୀ ସହର ଭାବେ ପରିଚିତ ଥିବା ଭୁବନେଶ୍ୱର କଳେବର ବୃଦ୍ଧି ପରେ ଏବେ ସ୍ମାର୍ଟସିଟି ଭାବେ ଜଣାଶୁଣା ।୧୯୪୮ ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ ମାନ୍ୟତା ମିଳିଥିଲା । ସ୍ୱାଧୀନତାର ୭ ମାସ ପରେ ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଜି ପବିତ୍ର ରାମନବମୀ ଏବଂ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସୁସଜ୍ଜିତ କରାଯାଇଛି । ଏହି ଅବସରରେ ରାଜ୍ୟପାଳ ଗଣେଶି ଲାଲ୍ ରାଜଧାନି ଭୁବନେଶ୍ୱରକୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା ପାଇଁ କହିଛନ୍ତି । ଏବଂ ମୁଖ୍ୟମନ୍ତ୍ରି ନବୀବ ପଟ୍ଟନାୟକ ମଧ୍ୟ ସମସ୍ତଙ୍କୁ ଶୁଭେଛା ଏବଂ ଶୁଭକାମନା ଜଣାଇଛନ୍ତି ।