ଦିଲୀପ ବାବୁ ଭାରତୀୟ ଜନତା ପାର୍ଟିରେ ବିଧାୟକ ଥିଲେ। ମୋର ତାଙ୍କୁ ଅନୁରୋଧ ସେ ଦଳକୁ ଫେରି ଆସନ୍ତୁ। ଏକଥା ଆମେ କହୁନୁ ଖୋଦ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଶନିବାର ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜୁଏଲ କହିଛନ୍ତି,“ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟ ଚାଲିଛି। ଦିଲୀପ ବାବୁ ଏ ସମ୍ପର୍କିତ ପେମେଣ୍ଟର ତଥ୍ୟ ମାଗିଥିଲେ। ଆମେ ଦେଲା ପରେ ସେ ତାକୁ ସ୍ୱାଗତ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଁ ସେଥିପାଇଁ ଦିଲୀପ ବାବୁଙ୍କୁ ଧନ୍ୟବାଦ ଜଣାଉଛି।” ସେ ଆହୁରି କହିଛନ୍ତି,“ ଆସନ୍ତା ୧୫ ତାରିଖ ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଉରକେଲା ଗସ୍ତରେ ଆସିବେ। ଏରୋଡ୍ରମ ନିକଟ ପଡ଼ିଆରେ ସାଧାରଣ ସଭା ହେବ। ସେଠାରେ ନିର୍ବାଚନୀ ପ୍ରଚାର କରିବେ।

LEAVE A REPLY

Please enter your comment!
Please enter your name here