ବିଷାକ୍ତ ଭୋଗ ଖାଇ ୫୦ରୁ ଅଧିକ ଗ୍ରାମବାସୀ ଅସୁସ୍ଥ । ମାଲକାନଗିରି ଜିଲ୍ଲାର ଏମଭି -୨୫ ଗାଁରେ ଘଟିଛି ଏଭଳି ଘଟଣା । ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଏବେ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି। ଗତକାଲି ଏମଭି -୨୫ ଗାଁରେ ଏକ ପୂଜାର୍ଚ୍ଚନା ହୋଇଥିଲା । ଗାଁ ଲୋକେ ଏହି କାର୍ଯ୍ୟକ୍ରମରେ ଭୋଗ ଖାଇଥିଲେ। ତେବେ ଯେଉଁ ଗାଈର କ୍ଷୀରରେ ଭୋଗ ତିଆରି ହୋଇଥିଲା, ସେହି ଗାଈକୁ ପାଗଳା କୁକୁର କାମୁଡ଼ି ଥିବା ଜଣାପଡ଼ିଥିଲା। ଏହା ଜାଣିବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here