ବରିଷ୍ଠ ସାମ୍ବାଦିକ ତଥା ‘ନିର୍ଭୟ’ ସଂପାଦକ ନବୀନ ଦାସଙ୍କ ବଡପୁଅ ମନୀଷ ଅନୁରାଗଙ୍କ ଅକାଳ ଦେହାନ୍ତ ।

ଗତକାଲି ପଟିଆ ଇନଫୋସିଟୀ ଅଞ୍ଚଳରୁ ମନୀଷ ନିଖୋଜ ଥିଲେ । ଏ ସଂପର୍କରେ ଥାନାରେ ଏତଲା ଦିଆଯାଇଥିଲା । କେହି ଦୁର୍ବୃତ୍ତ ମନୀଷଙ୍କୁ ଅପହରଣ କରି ନେବାବେଳେ ମନୀଷ ଶେଷଥର ପାଇଁ ଘର ଲୋକଙ୍କ ସହ କାନ୍ଦି କାନ୍ଦି କଥା ହୋଇଥିଲେ । ତା ପରଠୁ ମନୀଷ ନିଖୋଜ ଥିବା ବେଳେ ଆଜି ତାଙ୍କ ମୃତଦେହ ଭୁବନେଶ୍ବର ଉପକଣ୍ଠ ପାତ୍ରପଡାର ଏକ ପୋଖରୀରୁ ମିଳିଛି । ଜଣେ ଯୁବକଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ କୂଳକୁ ଆଣିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି ।

ନବୀନ ଦାସ ତାଙ୍କ ସୋସିଆଲ ମିଡିଆ ପେଜରେ ଏହି ଦୁଃଖଦ ଘଟଣାରେ ମ୍ରିୟମାଣ ହୋଇ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି । ଶ୍ରୀ ଦାସ ଲେଖିଛନ୍ତି, ଗୁଡୁକୁ ହରେଇଲି ସବୁଦିନ ଲାଗି । ମହାକାଳ ତାକୁ ଅପାର ଶାନ୍ତି ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here