ନିର୍ବାଚନ ପାଖେଇ ଆସିଲେ ବିଭିନ୍ନ ଦଳର ନେତାମାନେ ପାଖକୁ ଆସନ୍ତି । ପ୍ରତିଶ୍ରୁତି ଦିଅନ୍ତି । ହେଲେ ଜିତିବା ପରେ ଦୁଃଖ ବୁଝିବା ତ ଦୁରର କଥା ଆମ ଗାଁର ନାଁକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯାଆନ୍ତି । ଏକଥା ଆମେ କହୁନୁ । ରାୟଗଡା ଜିଲ୍ଲା କାଶିପୁର ବ୍ଲକର ଅନେକ ଗ୍ରାମବାସୀ ଏଭଳି ଅଭିଯୋଗ ଆଣିଛନ୍ତି । କାଶିପୁର ବ୍ଲକର ଅନେକ ଗ୍ରାମବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଶିକ୍ଷା , ସ୍ୱାସ୍ଥ୍ୟ ଓ ଗମନାଗମନ ସୁବିଧାରୁ ସମ୍ପୂର୍ଣ୍ଣରୁପେ ବଞ୍ଚିତ ଥିବାବେଳେ କାଶିପୁର ବ୍ଲକ୍ ରେ ଶହ ଶହ ବର୍ଷ ଧରି ଝୋଡିଆ ସମ୍ପ୍ରଦାୟର ଲୋକେ ଏପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ପାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଯାହାଫଳରେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଖାଲି ସେତିକି ନୁହେଁ ପ୍ରାୟ ୧୦ ଖଣ୍ଡ ଗ୍ରାମର ଲୋକଙ୍କୁ ନେଇ ଆୟୋଜିତ ହୋଇଛି ଆଦିବାସୀ ମେଳା । ଜିଲ୍ଲା ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଭୋଟ କେନ୍ଦ୍ରକୁ ନଯିବା ପାଇଁ ହଜାର ହଜାର ଭୋଟର ଶପଥ ନେଇଛନ୍ତି । ସେମାନଙ୍କ ଦାବି ପ୍ରଥମେ ମୌଳିକ ସୁବିଧା ଯୋଗାଇ ଦିଅ ତାପରେ ମତଦାନ କଥା ଚିନ୍ତା କରାଯିବ ।

LEAVE A REPLY

Please enter your comment!
Please enter your name here