ଭୁବନେଶ୍ୱର ଇନଫୋସିଟି ଅଞ୍ଚଳ ମଣ୍ଡପରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମଣ୍ଡପ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତକ ଜଣଙ୍କ ପ୍ରକାଶ ବଳ । ତାଙ୍କ ଘର ଯାଚପୁର ଅଞ୍ଚଳର । ପ୍ରକାଶ ମଣ୍ଡପର ଜଣେ କର୍ମଚାରୀ ଥିଲେ । ସେ ପ୍ରାୟ ୫ ବର୍ଷ ହେବ ଏହି ମଣ୍ଡପରେ କାର୍ଯ୍ୟ କରୁଥିଲେ । ଅନ୍ୟପଟେ ପ୍ରକାଶକୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ଅଧିକ ଖୋଳତାଡ କରୁଛି ପୋଲିସ । ଘଟଣାସ୍ଥଳରେ ମୃତକଙ୍କ ପରିବାର ଲୋକ ପହଁଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here