ହକି ବିଶ୍ୱକପ୍ ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନକୁ ଖୋଲା ରଖିବା ପାଇଁ ସରକାର ଯେଉଁ ନିଷ୍ପତି ନେଇଥିଲେ ତାକୁ ଜୋରସର ଭାବେ ବିରୋଧ କରାଯାଇଥିଲା. ଫଳରେ ରାଜ୍ୟ ସରକାର ସୋମବାର ଗଠିତ ବୈଠକରେ ଏହି ନିଷ୍ପତିରେ ସଂଶୋଧନ କରି ଏହାକୁ ବଦଳାଇଛନ୍ତି. ତେବେ ରାତି 1.30 ଯାଏଁ ମଦ ଦୋକାନ ଖୋଲା ରହିବା ଏକ ଅନିଚ୍ଛାକର ତ୍ରୁଟି ଥିଲା ବୋଲି କହିଛନ୍ତି ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରା. ଏହାଛଡା ମଦ ଦୋକାନ ନୁହେଁ ବରଂ ବାର୍ ଓ ରେସ୍ତୋରାଁରେ ମଦ ବିକ୍ରି ହେବ ବୋଲି ସେ କହିଛନ୍ତି ଏବଂ ଜାରି ହୋଇଥିବା ବିଜ୍ଞପ୍ତିରେ ମଧ୍ୟ ଖୁବ ଶୀଘ୍ର ସଂଶୋଧନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି.