ଭାରସାମ୍ୟ ହରାଇ ଓଲଟିଲା ମନ୍ତ୍ରୀଙ୍କ ପାଇଲଟିଂ ଗାଡି । ଏଥିରେ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭୁବନେଶ୍ୱରରୁ ରାୟଗଡା ଫେରୁଥିବା ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ପାରଳାଖେମୁଣ୍ଡିରୁ ଏକ୍ସଟରେ ନେଉଥିଲା ଏହି ପାଇଲଟିଂ ଭ୍ୟାନ୍ । ତେବେ ଉଲିଆପଦା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଗାଡି । ଫଳରେ ଗାଡିରେ ଥିବା ଚାଳକଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆହତ୍ତଙ୍କୁ ବିରିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର କହିଛନ୍ତି ଯେ ସମସ୍ତେ ସୁସ୍ଥ ଅଛନ୍ତି ।

LEAVE A REPLY

Please enter your comment!
Please enter your name here