ପଲିଥିନ୍ ଟଣା ଘରେ ବିତୁଛି ଜୀବନ । ବର୍ଷେ କି ଅଧେ ନୁହଁ ୧୦ ବର୍ଷ ହେବ ଏମିତି ଦୁର୍ବିସହ ଜୀବନ କଟୁଛି । ଏହା ସତ୍ତେ୍ୱ ବି ହାର ମାନିନାହାଁନ୍ତି ମରିୟାନ ବିବି । ଖାଇବାକୁ ନପାଇ ୨୫ ଦିନ ହେବ ଅନ୍ଧ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ସ୍ୱାମୀ ଗଲା ପରେ ଦୁଇ ଭିନ୍ନକ୍ଷମ ଝିଅଙ୍କୁ ନେଇ ମରିୟାନଙ୍କ ସଂସାର । ଗୋପବ୍ଲକ ଅନ୍ତର୍ଗତ ଗଣେଶ୍ୱର ପୁର ପଂଚାୟତର ଏ ହେଉଛନ୍ତି ଅସହାୟ ବୃଦ୍ଧା ମରିୟାନ ବିବି । ବାତ୍ୟା ଫନିର ତାଣ୍ଡବ ଲିଳାରେ ଝାଟିମାଟି ଘର ମାଟିରେ ମିଶିଗଲା ପରେ ଏ ପଲିଥିନ ହିଁ ସବୁକିଛି । ରହିବା ପାଇଁ ଖଣ୍ଡିଏ ଘର ଏବଂ ଅନ୍ଧସ୍ୱାମୀଙ୍କ ପାଇଁ ଭତା କରିଦେବାକୁ ସରପଞ୍ଚଙ୍କ ଠାରୁ ଆରମ୍ଭକରି ବ୍ଲକ ପ୍ରଶାସନଙ୍କ ପାଖକୁ ଦଉଡି ଦଉଡି ନୟାନ୍ତ । ପାଖ ପଡିଶାଙ୍କୁ ଠାରୁ ମାଗିଯାଚି ସ୍ୱାମୀଙ୍କ ସୁଧିକ୍ରିୟା କରିଲେ । କିନ୍ତୁ ସରକାରୀ ସହାୟତା ଅନୁସାରେ ମୃତବ୍ୟକ୍ତି ଙ୍କ ପରିବାରକୁ ମିଳୁଥିବା ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ମଧ୍ୟ ହୋଇଗଲା ବାଟ ମାରେଣା । ସରକାରୀ ସହାୟତା କହିଲେ ରାସନ କାର୍ଡରେ ମିଳୁଥିବା ଗଣ୍ଡେ ଚାଉଳ । ମରିୟାନ ବିବିଙ୍କର ଏହି ସମସ୍ୟାକୁ ନେଇ ଆମେ ପହଁଞ୍ଚିଥିଲୁ ବଡିଓ ଦିପ୍ତିରାଣୀ ଦାସ୍ଙ୍କ ପାଖକୁ । ସେ ତାଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ମରି ମରି ବଞ୍ଚଥିବା ମରିୟାନ କେବେ ପାଇବେ ସରକାରୀ ସହାୟତା ତାହା ଦେଖିବାକୁ ବାକି । ନିମାପଡାରୁ ସୁନିଲ ମିଶ୍ରଙ୍କ ରିପୋର୍ଟ ତକ୍ଷକ ନ୍ୟୁଜ୍ ।

LEAVE A REPLY

Please enter your comment!
Please enter your name here