ଏଟିଏମ୍‌ କାଉଣ୍ଟର ଭିତରେ ନିଶାସକ୍ତ ଅବସ୍ଥାରେ ମେସିନ୍‌ ଉପରେ ପରିସ୍ରା କରିଥିବା କନଷ୍ଟେବଳଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କନେଷ୍ଟବଳ ସମୀର ସେଠୀଙ୍କୁ ମୟୁରଭଞ୍ଜ ଏସ୍‌ପି ନିଲମ୍ବିତ କରିଛନ୍ତି । ବାରିପଦା ମ୍ୟୁନିସିପାଲିଟି ଅଫିସ୍‌ ପାଖରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟର ଭିତରେ ବୁଧବାର ରାତିରେ କନଷ୍ଟେବଳ ସମୀର ସେଠୀ ନିଶାସକ୍ତ ଅବସ୍ଥାରେ ପରିସ୍ରା କରିଥିଲେ । ପେଟ୍ରୋଲିଂ କରୁଥିବା ଗାଡ଼ି ତାଙ୍କୁ ଉଦ୍ଧାର କରିଥିଲା । ଏ ସବୁ ଘଟଣା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଥିଲା । ଏହି ଭିଡ଼ିଓ ମୋବାଇଲରୁ ମୋବାଇଲ ଭାଇରାଲ ହୋଇଥିଲା । ଏହା ପରେ ଏସ୍‌ପି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ, ବିଶୃଙ୍ଖଳିତ ଆଚରଣ ପାଇଁ ସମୀରଙ୍କୁ ଗତ ୬ ମାସ ତଳେ ନିଲମ୍ବନ କରାଯାଇଥିଲା । ସେହିଦିନଠାରୁ ସେ ଫେରାର ଥିଲେ । ତାଙ୍କର କୌଣସି ଖୋଜ ଖବର ନ ଥିଲା । ଭିଡ଼ିଓ ସାମ୍ନାକୁ ଆସିବା ପରେ ତାଙ୍କ ବିଷୟରେ ଜଣାପଡ଼ିଛି

LEAVE A REPLY

Please enter your comment!
Please enter your name here