ଶାରଦୀୟ ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୂରପଲ୍ଲୀ । ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ଆବାହନୀ ସଂଗୀତରେ ସମଗ୍ର ପରିବେଶ ଉତ୍ସବମୁଖର। ମହାଷ୍ଟମୀ ଉପଲକ୍ଷେ ପୂଜା ମଣ୍ଡପଗୁଡ଼ିକ ଲୋକାରଣ୍ୟ ହୋଇପଡ଼ିଛି। ପୂରୋହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ, ହୋମ ଯଜ୍ଞ ତଥା ପରମ ବୈଷ୍ନବୀ ଦୁର୍ଗାଙ୍କ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ସହ ଭକ୍ତ, ଶ୍ରଦ୍ଧାଳୁଙ୍କ ମାଆ ମାଆ ଡାକରେ କମ୍ପି ଉଠୁଛି ପୂଜା ମଣ୍ଡପ। ତେବେ ପୀଠଗୁଡ଼ିକରେ ଆଜି ମା’ଙ୍କ ମହାନବମୀ ପୂଜା କରାଯାଉଛି। ମହାଷ୍ଟମୀରେ ମା’ଙ୍କ ଅଷ୍ଟମ ରୂପ ତଥା ମହାଗୌରୀଙ୍କୁ ପୂଜା କରାଯାଇଥାଏ । ଏହି ଅବସରରେ କନ୍ୟାପୂଜନର ରୀତିନୀତି ରହିଛି। ଏଥିରେ ନଅକନ୍ୟାଙ୍କୁ ପୂଜା କରାଯିବା ପରେ ତାଙ୍କୁ ଉପହାର ଓ ଭେଟି ଦିଆଯିବାର ପରମ୍ପରା ରହିଛି। ସବୁସ୍ଥାନରେ ଚାଲିଛି ମା’ଙ୍କ ଅଷ୍ଟମୀ ପୂଜା । ମା’ଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟର କୋଣ ଅନୁକୋଣରେ ଝଲସୁଛି ପୁଜା ମଣ୍ଡପ ।

LEAVE A REPLY

Please enter your comment!
Please enter your name here