ଗତ ଦୁଇ ଦିନରେ ମାଓ ପ୍ରବଣ ଚନ୍ଦ୍ରପୁର ଅଞ୍ଚଳରେ ୬୦ ଏକରରୁ ଉର୍ଦ୍ଧ ଗଂଜେଇ ଗଛ କଟା ଯାଇଛି । ବିଶେଷ ସୁତ୍ରରୁ ଖବର ପାଇ ରାୟଗଡା ଅବକାରୀ ବିଭାଗ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଗୁରୁବାର ପୋଲିସ , କୃଷି ବିଭାଗ ଓ ଅଷ୍ଟମ ସିଆରପିଏଫ ମିଳିତ ଭାବେ ଚନ୍ଦ୍ରପୁର ବ୍ଲକର ମାଓପ୍ରବଣ ଲମ୍ବରୁ ବନ୍ଦରୀ ଅଞ୍ଚଳ ଅଚାନକ ଚଡାଉ କରି ପ୍ରଥମ ଦିନରେ ପ୍ରାୟ ୩୫ ଏକର ଗଞ୍ଜେଇ ଗଛ କାଟିଛନ୍ତି । ଏହି ଅଭିଯାନରେ ନେତୃତ୍ୱ ନେଇଥିଲେ ଆରକ୍ଷୀ ଅଧିକ୍ଷ ଦଣ୍ଡପାଣି ବେହେରା, ତହସିଲଦାର, ଚନ୍ଦ୍ରପୁର ଏସଡିପିଓ, ମୁନିଗୁଡା ଚନ୍ଦ୍ରଶେଖର ହୋତା ସାମିଲ ଥିଲେ । ଏହି ଅଭିଯାନ ଚାଲୁ ରହିବ ବୋଲି ଅବକାରୀ ଆରକ୍ଷୀ ଅଧକ୍ଷ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here