ଆତଙ୍କ ଖେଳାଉଛନ୍ତି ମାଙ୍କଡ । କୋଣାର୍କ ଗୋପ ବ୍ଲକର ଓଗାଳପୁର ଗ୍ରାମରେ ଦିନକୁ ଦିନ ବଢୁଛି ମାଙ୍କଡଙ୍କ ଉପଦ୍ରବ । ମାଙ୍କଡ କାମୁଡାରେ ପାଞ୍ଚଜଣରୁ ଉର୍ଦ୍ଧ ଗୁରୁତର । ଗୁରତର ମାନଙ୍କୁ ପ୍ରଥମେ ଗୋପ ମେଡିକାଲରେ ଏବଂ ପରେ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମାଙ୍କଡଙ୍କ ଉତ୍ପାତରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । କୁନି କୁନି ପିଲା ସ୍କୁଲ ଯିବାକୁ ଭୟ କରୁଛନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗ୍ରାମବାସୀମାନେ ଠେଙ୍ଗା ବାଡି ଧରି ଫରେଷ୍ଟର କର୍ମଚାରୀଙ୍କ ସହିତ ମାଙ୍କଡ ଘଉଡେଇବାରେ ଲାଗିଛନ୍ତି । କିନ୍ତୁ ୭ ଦିନ ବିତିଯାଇଥିଲେ ମଧ୍ୟ ଫରେଷ୍ଟର ଗୋଟିଏ ମାଙ୍କଡକୁ ଧରିବା କିମ୍ବା ଘଉଡାଇବାରେ ସଫଳ ହୋଇନାହିଁ । ସବୁଠୁ ବଡ କଥା ହେଲା ଗୋପ ମେଡିକାଲରେ ମାଙ୍କଡ କାମୁଡା ଇଞ୍ଜେକ୍ସନ ନଥିବାରୁ ଆହତମାନଙ୍କୁ ବଡ ମେଡିକାଲକୁ ସ୍ତାନାନ୍ତର କରାଯାଉଛି । ତେବେ ମାଙ୍କଡକୁ ଧରିବାରେ କେବେ ସଫଳ ହେଉଛନ୍ତି ଫରେଷ୍ଟର ତାହା ଦେଖିବାକୁ ବାକି ।

LEAVE A REPLY

Please enter your comment!
Please enter your name here