ଅକ୍ଟୋବର ପହିଲାରୁ ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ | ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଛି ଏହି କଡା ନିୟମ | ଏହି ସାର୍ଟିଫିକେଟ୍ ‘VAHAN’ରେ ଅପ୍‌ଲୋଡ୍‌ ହୋଇଥିବ | ସେହିପରି କୌଣସି ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଅକ୍ଟୋବର ପହିଲାରୁ ମାନୁଆଲ୍ ସାର୍ଟିଫିକେଟ୍ ଜାରି କରିପାରିବେ ନାହିଁ | ହାର୍ଡକପି ନଧରି ଲୋକମାନେ mParivan APPରେ ସେମାନଙ୍କ ଅନ୍‌ଲାଇନ୍ ସାର୍ଟିଫିକେଟ୍ ଦେଖାଇପାରିବେ | ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ ଦୁଇ ଓ ତିନି ଚକିଆ ଯାନର ପଲ୍ୟୁସନ୍ ଟେଷ୍ଟିଂ ପାଇଁ ୬୦ ଟଙ୍କା ଓ ହାଲୁକା ୪ ଚକିଆ ଯାନ ପାଇଁ ଶହେ ଟଙ୍କା ଏବଂ ମଧ୍ୟମ ଓ ଭାରି ଯାନ ପାଇଁ ୧୫୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଥିବା କୁହାଯାଇଛି |

LEAVE A REPLY

Please enter your comment!
Please enter your name here