ମାର୍ଚ୍ଚ ୩୦ରେ ଶ୍ରୀରାମ ନବମୀ । ଏହାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଭଦ୍ରକ ସହରରେ ମିଳିତ ଫୋର୍ସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଏଥିରେ ରାଜ୍ୟ ପୋଲିସ ସହ ଆରଏଏଫ ଯବାନ ସାମିଲ ହୋଇଥିଲେ ।
ରାମ ନବମୀ ପାଇଁ ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବ ସେହି ରାସ୍ତାରେ ଫ୍ଲାଗମାର୍ଚ୍ଚ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ଆଜି ସନ୍ଧ୍ୟାରେ ପୁରୁଣାବଜ଼ାର ଅଞ୍ଚଳରେ ମଧ୍ୟ ଫ୍ଲାଗମାର୍ଚ୍ଚ କରାଯିବ ବୋଲି କହିଛନ୍ତି ସିଟି ଡିଏସପି । ରାମ ନବମୀରେ ସମସ୍ତେ ଭାଇଚାରା ବଜାୟ ରଖିବା ସହିତ ଶୋଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ରଖିବାକୁ ରାପିଡ଼ ଆକ୍ସନ ଫୋର୍ସର ଅଧିକାରୀ ନିବେଦନ କରିଛନ୍ତି ।