ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମିଳିଲା ମୃତଦେହ । ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଛି । ଶତୀଗୁଡା ଡ୍ୟାମରୁ ଏହି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଅଫିସରୁ ଘରକୁ ଫେରିନଥିବାରୁ ପରିବାର ଲୋକେ ନିଖୋଜ ହୋଇଥିବାନେଇ ଥାନାରେ ଏତଲା ଦେଇଥିଲେ । ଏହାପରେ ଆଜି ଶତୀଗୁଡା ଡ୍ୟାମ ନିକଟରୁ ଦେବନାରାୟଣ ପଣ୍ଡାଙ୍କ ବାଇକ ଓ ହେଲମେଟ ମିଳିଥିଲା । ଏବେ ଡ୍ୟାମ ମଧ୍ୟରୁ ମୃତଦେହ ଉଦ୍ଧାର ହୋଇଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here