ମାଲକାନଗିରି ପୋଲିସକୁ ବଡ ସଫଳତା । ଚିତ୍ରକୋଣ୍ଡାରେ ଗଞ୍ଜେଇ ବୋଝେଇ ସିମେଣ୍ଟ ଜବତ କରିଛି ପୋଲିସ । ଏକ ଟ୍ରକରେ ପାଖାପାଖି ୧୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହି ରାକେଟରେ ୨ ଜଣଙ୍କୁ ପୋଲିସ ଗିରଫ କରିବା ସହ ଟ୍ରକକୁ ଜବତ କରିଛି । ଗଞ୍ଜେଇ ମାଫିଆମାନେ ଆନ୍ଧ୍ରପ୍ରଦେଶର ଦାରକୋଣ୍ଡାରୁ ଗଞ୍ଜେଇ ବୋଝେଇ କରି ଅନୁଗୁଳକୁ ଚାଲାଣ କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୋଲିସ ଟ୍ରକକୁ ଠାବ କରିଥିଲା । ଗିରଫ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।

LEAVE A REPLY

Please enter your comment!
Please enter your name here