ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ । ଚଳିତ ବର୍ଷ ୭୦.୨୧% ଛାତ୍ରଛତ୍ରୀ ପାସ୍ ହୋଇଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମୋଟ ଉପରେ ୯୭୩୭୭ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୬୮୩୭୪ ପାସ୍ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୨୫,୩୩୯(୨୬%),୨ୟ ଶ୍ରେଣୀ ରେ ୨୪,୧୨୧(୨୪.୮%) ଓ ୩ୟ ଶ୍ରେଣୀରେ ୧୮,୨୬୮(୧୯%) ପାସ୍ ହୋଇଛନ୍ତି । ୧୩୭ଜଣ ୯୦% ରୁ ଅଧିକ ନମ୍ବର ରଖି ପାସ୍ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ୮୬.୫୧% ପାସ୍ ହାର ସର୍ବାଧିକ ରହିଥିବା ବେଳେ ଝାରସୁଗୁ୍‌ଡ଼ା ରେ ମର୍ବନିମ୍ନ ୪୦.୭୧% ପାସ୍ ହାର ରହିଛି । ୨୦ଟି ଶିକ୍ଷାନୁଷ୍ଠାନର ରେଜଲ୍ଟ ଶତ ପ୍ରତିଶତ ରହିଥିବାବେଳେ ୧୫ଟି ଶିକ୍ଷାନୁଷ୍ଠାନର ରେଜଲ୍ଟ ଶୁନ ରହିଛି ।

LEAVE A REPLY

Please enter your comment!
Please enter your name here