ଆଜି ଜଗତଜନନୀ ମା ଦୁର୍ଗାଙ୍କ ମହାନବମୀ ପୂଜା | ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମାଙ୍କ ସ୍ୱତନ୍ତ୍ର ପୂଜା | ସେପଟେ ମାଙ୍କ ମହାନବମୀ ପୂଜା ଦିନ ସୋନପୁରରେ ମହାବଳି ଯାତ୍ରା ଅନୁଷ୍ଠିତ ହୋଇଛି | ତନ୍ତ୍ର ମନ୍ତ୍ର ପାଠରେ ପ୍ରକମ୍ପିତ ହେଉଛି ମାଙ୍କ ପୀଠ |
ପୀଠ ଖମ୍ବେଶ୍ବରୀ ମନ୍ଦିରରେ ବରୁଆକୁ ନେଇ ପୁରୁତ ବଳି ଦିଆଯାଏ | ବରୁଆ ଠାରେ ମା ଅଭିଭୂତ ହେଲେ ବରୁଆ ଧଳା କଲାଛତର ଧରି ଓ ଚେପଟା ଢାଳ ଉପରେ ଠିଆ ହୋଇ ନାଚକରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି | ମାଙ୍କ ନିକଟରେ ଦହି ବୁଦା ଦହନା ଫୁଲ ମାଳ ଆଦି ଲଗାଯାଇଥାଏ | ପ୍ରାୟ ଅଧା କିଲୋମିଟର ଖମ୍ବେଶ୍ୱରୀ ମନ୍ଦିରରୁ ସୁରେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ | ଏହି ସମୟରେ ବିଭିନ୍ନ ସାଂସ୍କୃତିକ ବାଦ୍ୟର ତାଳେ ତାଳେ ଝୁମିଥିଲେ ସମସ୍ତେ | ମାଙ୍କ ଏହି ପୂଜାରେ ସାମିଲ ହେବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା |

ସୋନପୁର : ଜୟନାରାୟଣ ସାହୁ

LEAVE A REPLY

Please enter your comment!
Please enter your name here