କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଡୁଡୁଙ୍ଗାଠେଙ୍ଗା ଗାଁରେ ଦୁଇ ଜଣ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ତା’ଠାରୁ କିଛି ଦୂରରେ ଯୁବତୀଙ୍କ ମୃତ ଦେହ ପଡ଼ିଛି । ଆମପାଣି ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ତଦନ୍ତ କରୁଛି । ଆଜି ସକାଳେ ଡୁଡୁଙ୍ଗାଠେଙ୍ଗା ଗ୍ରାମବାସୀ ବିଲରେ ଯୁବକ ଯୁବତୀଙ୍କ ମୃତ ଦେହକୁ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଏହା ପ୍ରେମ ଜନିତ ଘଟଣା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here