ବନଜାତ ଦ୍ରବ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଶାଳ ପତ୍ରରୁ ରୟାଲିଟି ଛାଡ଼ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି ନେଇଛନ୍ତି ।  ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରୁଥିବା ଶ୍ରମିକମାନଙ୍କୁ ପୂର୍ବରୁ କ୍ବିଣ୍ଟାଲ ପିଛା ୮୬ଟଙ୍କା ସରକାରଙ୍କୁ ଦେବାକୁ ପଡୁଥିଲା । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାଳପତ୍ର ଉପରେ ଲାଗୁ ହୋଇଥିବା ରୟାଲିଟିକୁ ଛାଡ଼ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟର ଶାଳପତ୍ର ଶ୍ରମିକଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି । ଏହା ଦ୍ୱାରା ୨୫ଲକ୍ଷ ଶାଳପତ୍ର ସଂଗ୍ରହରେ ନିୟୋଜିତ ଶ୍ରମିକ ଲାଭବାନ୍‌ ହେବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here