ସ୍କୁଲ ପିଲାଙ୍କ ଭିତରେ ହକି ତାରକା । ବିଶ୍ୱକପ ହକି ଚାଲିଥିବାବେଳେ ଖେଳରୁ ଟିକେ ଫୁରସତ ନେଇ ପିଲାଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି ବେଲଜିୟମ ଟିମ୍ । ଗୁରୁବାର ସକାଳୁ ସକାଳୁ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲରେ ପହଁଞ୍ଚିଥିଲେ ବେଲଜିୟମ ଟିମ୍ । ସେଠାରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଖେଳାଳୀଙ୍କୁ ଟିକେ ଦେଖିବାକୁ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଲୋକଙ୍କ ସମାଗମ ହୋଇଥିଲା । ସ୍କୁଲ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପିଲାଙ୍କ ସହ ରଙ୍ଗବତି ଗୀତରେ ଝୁମିଥିଲେ ବେଲଜିୟମ ହକି ଟିମ୍ । ଖାଲି ସେତିକି ନୁହେଁ ଛାତ୍ରଛାତ୍ରୀଙ୍କ ସହ ସେଲ୍ଫି ନେଇଥିଲେ ଓ ହକି ବି ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here