ଓଡିଶା ଗସ୍ତରେ ଆସୁଛନ୍ତି ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦି | ଆସନ୍ତା ୩ ତାରିଖରେ ସେ ଓଡ଼ିଶା ଗସ୍ତରେ ଆସିବେ | ଜାମ୍ମୁ ଓ କାଶ୍ମିରୀରୁ ଧାରା ୩୭୦ ଉଛେଦ ହେବା ପରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ, ଆତଙ୍କବାଦୀ ମାମଲାର ତଦନ୍ତ ସଂପର୍କରେ ପୁଲିସକୁ ପ୍ରଶିକ୍ଷଣ ଦେବେ | ଏନଆଇଏ ଡିଜିଙ୍କ ସହ ମଧ୍ୟ ବରିଷ୍ଠ ଅଧିକାରୀ ଆସୁଛନ୍ତି | ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଆତଙ୍କବାଦୀ ମାମଲାର ତଦନ୍ତ ବେଳେ କେଉଁ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ, ସେନେଇ ପ୍ରଶିକ୍ଷଣ ଦିଆଯିବ | ମାମଲାର ତଦନ୍ତ ବେଳେ ଦଫା ଓ ଆଇନର ବ୍ୟବସ୍ଥା କଣ ରହିଛି, ଏସବୁ ଦିଗ ଉପରେ ଟ୍ରେନିଂ ଦିଆଯିବ | ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏହି ଟ୍ରେନିଂ ଦିଆଯିବା ବେଳେ ବରିଷ୍ଠ ଅଧିକାରୀ ସାମିଲ ହେବେ |

LEAVE A REPLY

Please enter your comment!
Please enter your name here