ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଭଲ ନାହିଁ । ମରାମତି ଆବଶ୍ୟକ । ଯେତେଶୀଘ୍ର ରତ୍ନଭଣ୍ଡାର ମରାମତି ପାଇଁ କୋର୍ଟ ନିର୍ଦ୍ଦେଶ ଦେବେ, ସେତେଶୀଘ୍ର ମରାମତି କରାଯିବ । ହାଇକୋର୍ଟରେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଏମିତି ସତ୍ୟପାଠ ଦେଇଛି ଏଏସଆଇ । ସତ୍ୟପାଠରେ ଏଏସଆଇ ଦର୍ଶାଇଛି, ଶେଷଥର ପାଇଁ 2018ରେ ଏଏସଆଇ ବାହାର ଭଣ୍ଡାରରୁ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିଥିଲା । ସେତେବେଳେ ରତ୍ନଭଣ୍ଡାର ଭିତରେ ପଥର ପଡିଥିବା, ଛାତରୁ ପାଣି ଗଳୁଥିବା ଲକ୍ଷ୍ୟ କରାଯାଇଥିଲା । କାନ୍ଥ ଭିତରୁ ଫମ୍ପା ଶବ୍ଦ ଆସୁଥିଲା । ଏହା ଭିତରେ ପାଞ୍ଚବର୍ଷ ବିତିଗଲାଣି । ତେଣୁ କୋର୍ଟଙ୍କ ନିର୍ଦ୍ଦେଶକୁ ଏଏସଆଇ ଅପେକ୍ଷା କରାଯାଇଛି ।
ରତ୍ନଭଣ୍ଡାର ଖୋଲିବା ପାଇଁ ଗଜପତି, ସେବାୟତ, ବିଭିନ୍ନ ରାଜନୈତିକ ଦଳର ନେତା ଓ ସଂଗଠନ ସମସ୍ତେ ବାରମ୍ବାର ଦାବି କରିଆସୁଥିଲେ ହେଁ ସରକାର କଣ ପାଇଁ ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ଦେଉନାହାଁନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ବର୍ଷେ ନୁହଁ, ଅବିଳମ୍ବେ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଆଡଭୋକେଟ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here