ମଣିପୁର ହିଂସା ପୀଡିତଙ୍କୁ ନ୍ୟାୟ ଦେବାକୁ ସୁପ୍ରିମକୋର୍ଟ ଆଜି ବଡ ନିଷ୍ପତ୍ତି ନେଇଛନ୍ତି । ତିନିଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ଜମ୍ମୁ କାଶ୍ରୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ, ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶାଳିନୀ ଯୋଷୀ ଏବଂ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଶା ମେନନ ଏହି କମିଟିର ସଦସ୍ୟ ରହିଛନ୍ତି । ମଣିପୁରରେ ଚାଲିଥିବା ଆଦିବାସୀ-ଅଣଆଦିବାସୀ ସଂଘର୍ଷ, ହିଂସାକାଣ୍ଡର ତଦନ୍ତ କରିବା ସହ ସମସ୍ୟା ସମାଧାନର ବାଟ ଦେଖାଇବ ଏହି କମିଟି । ଏଥିସହିତ ମଣିପୁର ଭାଇରାଲ ଭିଡିଓର ତଦନ୍ତ କରୁଥିବା ସିବିଆଇର କାର୍ଯ୍ୟକୁ ଅନୁଧ୍ୟାନ କରିବା ପାଇଁ ପୂର୍ବତନ ଆଇପିଏସ୍‌ ଅଫିସର ଦତ୍ତାତ୍ରେୟ ପାଡସାଲଗିକଙ୍କୁ ନିଯୁକ୍ତ କରିଛନ୍ତି କୋର୍ଟ । ନ୍ୟାୟିକ ପ୍ରକ୍ରିୟା ଉପରେ ଆସ୍ଥା ଓ ବିଶ୍ବାସ ଫେରାଇ ଆଣିବା ପାଇଁ ମଣଇପୁର ଘଟଣାକୁ ନେଇ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।
ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମଣିପୁର ହିଂସା ମାମଲା ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି । ଆଜିର ଏଙି ଶୁଣାଣୀ ବେଳେ ମଣିପୁର ପୋଲିସ ମହାନିର୍ଦ୍ଦେଶକ ରାଜୀବ ସିଂହ ଉପସ୍ଥିତ ରହି ରାଜ୍ୟରେ ପୋଲିସ ପ୍ରଶାସନ ନେଇଥିବା ପଦକ୍ଷେପ ସଂପର୍କରେ କୋର୍ଟଙ୍କୁ ଅବଗତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here