ପଦ୍ମଶ୍ରୀଙ୍କୁ ମିଳିଲା ସହାୟତା । ରାଜ୍ୟର ଆର୍ଥିକ ଅନଗ୍ରସର ରହିଥିବା ପଦ୍ମଶ୍ରୀ ବିଜେତା ମାନଙ୍କୁ ମାସିକ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ନବୀନ ପଟ୍ଟନାୟକ । ସଂସ୍କୃତି ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦ୍ମଶ୍ରୀ ସମ୍ମାନ ପାଇଥିବା ବ୍ୟକ୍ତି ବିଶେଷ ଯେଉଁମାନେ ଆର୍ଥିକ ସ୍ୱଭାବରେ ଅନଗ୍ରସର ଅଛନ୍ତି ସେମାନଙ୍କୁ ମାସିକ ୧୦ ହଜାର ଟଙ୍କାର ସହାୟତା ମିଳିବ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୮୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କ ଦେହାନ୍ତ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here