ରାଜ୍ୟ ସରକାରଙ୍କ ଜାଗା ମିଶନରେ ବ୍ୟାପକ ଦୁର୍ନିତୀ ଅଭିଯୋଗ ଆଣିଛି କଂଗ୍ରେସ । ବସ୍ତି ବାସିନ୍ଦାଙ୍କ ପରିବର୍ତ୍ତେ ଶାସକ ଦଳର କର୍ମୀ ଜାଗା ପାଉଥିବା ଦଳର ନେତା ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଯାହାର ୨ ମହଲା ଘର ଅଛି, ମାର୍କେଟରେ ଷ୍ଟଲ ଅଛି ତା’ ନାଁରେ ବି ତାଲିକାରେ ସ୍ଥାନ ପାଇଛି।’ ତେଣୁ ରାଜ୍ୟ ସରକାର ଜାଗା ମିଶନରେ ବ୍ୟାପକ ଦୁର୍ନୀତି କରିଥିବା ପରି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ। କଂଗ୍ରେସ ଦଳର ନେତା ବିଜୟ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ସାଂଘାତିକ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ସହରାଞ୍ଚଳରେ ବସ୍ତିର ବିକାଶ ଲାଗି ଉପା ସରକାର ସମୟରେ ଯୋଜନା କରାଯାଇଥିଲା। ରାଜୀବ ଆବାସ ଯୋଜନାରେ ଘର ଦେବାକୁ ସେତେବେଳର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଉପା ସରକାର ଯିବା ପରେ ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହୋଇଛି।

LEAVE A REPLY

Please enter your comment!
Please enter your name here