ଅଷ୍ଟ୍ରେଲିଆରେ ଚମକିଲେ ଲାଲ ଗଡର ଯୁବକ । ଜୁନିଅର ୱେଟ ଲିଫ୍ଟିଙ୍ଗରେ ଦେଶ ପାଇଁ ସ୍ୱର୍ଣ୍ଣ ଆଣିଛନ୍ତି ଚିତ୍ରକୋଣ୍ଡାର ଭକ୍ତରାମ ଦେସ୍ତି । ଶତର ବର୍ଷରୁ କମ ୪୯ କେଜି ବର୍ଗରେ ଭକ୍ତରାମ ପ୍ରଭାବୀ ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଛନ୍ତି । ମୋଟ ୧୮୫ କେଜିର ଭାର ଉଠାଇ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଭକ୍ତରାମ ସ୍ୱର୍ଣ୍ଣ ଜିଣିବା ପରେ ଏବେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛିଟିଛି । ଚାଷୀ ପରିବାରର ଭକ୍ତରାମ ପୂର୍ବରୁ ମାଲକାନଗିରି କ୍ରୀଡା ଛାତ୍ରାବାସ ବ୍ରହ୍ମପୁର କ୍ରୀଡାଛାତ୍ରା ବାସରେ ତାଲିମ ନେଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ପାଇଛନ୍ତି । ତେବେ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ସେ ପଞ୍ଜାବ ସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ନିଜକୁ ପ୍ରସ୍ତୁତ କରିଥିଲେ ।

LEAVE A REPLY

Please enter your comment!
Please enter your name here