ଏ କୌଣସି ବିଲର ଚିତ୍ର ନୁହେଁ । ଖୋଦ୍ ରାସ୍ତା ଉପରେ ଧାନ ରୋଉଛନ୍ତି ସ୍ଥାନୀୟ ଲୋକେ । କାହିଁକିନା ରାସ୍ତାର ଅବସ୍ଥା ଏମିତି ହୋଇଛି ଯେ ଆପଣ ବି ଦେଖିଲେ କହିବେ ଏ ରାସ୍ତା ନା ବିଲ । ଭଲ ରାସ୍ତା ଖଣ୍ଡେ ନଥିବାରୁ ଗାଁ ଲୋକେ ଅତିଷ୍ଠ ହୋଇ ଏମିତି ଅଭିନବ ପ୍ରତିବାଦ କରିଛନ୍ତି । ମାଲକାନଗିରି ତାଳଗୁଡା ଗ୍ରାମବାସୀମାନେ ସକାଳୁ ସକାଳୁ ରାସ୍ତା ଉପରେ ଧାନ ରୋଇ ପ୍ରତିବାଦ କରିଥିଲେ । ବର୍ଷା ପାଣିରେ ଏଠାରେ ଏମିତି କାଦୁଅ ହୋଇଛି ଯେ, ଖାଲି ପାଦରେ ଚାଲି ଚାଲି ଯିବା ଏକ ପ୍ରକାର ଅସମ୍ଭବ । ବର୍ଷା ପରେ ପ୍ରତିବର୍ଷ ଏହି ରାସ୍ତାରେ ଏମିତି ଅବସ୍ଥା ସୃଷ୍ଟି ହୁଏ । ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେବାରୁ ପ୍ରତିବାଦ ସ୍ୱରୁପ ସ୍ଥାନୀୟ ଲୋକମାନେ ଏଠାରେ ଧାନ ରୋଇଛନ୍ତି । ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।
ମାଲକାନଗିରିରୁ ଏ ଦେବାଶିଷ ପାତ୍ରଙ୍କ ରିପୋର୍ଟ ତକ୍ଷକ ନୁ୍ୟଜ୍ ।

LEAVE A REPLY

Please enter your comment!
Please enter your name here