୩୮ ବର୍ଷ ବୟସରେ ପାଦ ଥାପିଛନ୍ତି ମାହି । ୭ ଜୁଲାଇ ୧୯୮୧ରେ ଜନ୍ମ ଗ୍ରହଣ କରିଥିଲେ ମହେନ୍ଦ୍ର ସିଂ ଧୋନି । ନିଜର ଶାନ୍ତ ସରଳ ସ୍ୱଭାବ ଯୋଗୁ ସଫଳତାର ଶୀର୍ଷରେ ପହଁଞ୍ଚିପାରିଛନ୍ତି । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସଫଳ କ୍ରିକେଟ କ୍ୟାରିଅର ପାଇଁ ସେ ସାରା ଦେଶରେ ଉଦାହରଣ ପାଲଟିଛନ୍ତି । ଅସମ୍ଭବ ଅସଫଳତା ଦ୍ୱନ୍ଦ ଏବଂ ସମସ୍ୟା ତାଙ୍କ ଆଗରେ ହାର ମାନିଛି ସମୟ ସହିତ ତାଳ ଦେଇ ନିଜ ସଫଳତାକୁ ସେ ବଜାୟ ରଖିଛନ୍ତି । ଧୋନୀଙ୍କ ଅଧିନାୟକତ୍ୱବେଳେ ଭାରତ କ୍ରିକେଟ ଟିମ୍ ଭାରତୀୟ କ୍ରିକେଟ ଟିମ୍ ୱାଲର୍ଡ କପ ହାସଲ କରିବାରେ ସଫଳ ହୋଇଥିଲା । ମାହିଙ୍କ ଜନ୍ମ ଦିନ ଅବସରରେ ଦେଶ ବିଦେଶରୁ ଛୁଟିଛି ଅଭିନନ୍ଦନ କ୍ରିକେଟ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସାଥୀ ଖେଳାଳୀ ଜଣାଇଛନ୍ତି ଜନ୍ମ ଦିନର ଶୁଭେଚ୍ଛା । ଜନ୍ମ ଦିନ ଅବସରରେ ଗୁଗୁଲ ମଧ୍ୟ ଡୁଡୁଲ ବଦଳାଇ ଶୁଭେଚ୍ଛା ଜଣାଇଛି ।

LEAVE A REPLY

Please enter your comment!
Please enter your name here