ରାୟଗଡ଼ା ଛୁଇଁଲା କରୋନା। ଓଡ଼ିଶାର ୨୯ ଜିଲ୍ଲା କରୋନା ଆକ୍ରାନ୍ତ ହୋଇଥିବାବେଳେ ଏକମାତ୍ର ଜିଲ୍ଲା ରାୟଗଡ଼ାରେ ପହଞ୍ଚି ନ ଥିଲା କରୋନା। ହେଲେ ଆଜି ରାୟଗଡ଼ାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୧୧ ରହିଛି। ରାୟଗଡ଼ାରୁ ଚିହ୍ନଟ ପଜିଟିଭ ଜଣକ ଦିଲ୍ଲୀରୁ ଫେରିଥିଲେ। ତାଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିଲା।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮୮କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୫୪ ଜଣ ଚିକିତ୍ସାଧୀନ ଥିବାବେଳେ ୧,୩୨୫ ଜଣ ସୁସ୍ଥ ହୋଇଛନ୍ତି। ତେବେ ୭ଜଣଙ୍କ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here