ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଗ୍ରାମ ନିକଟରେ ମାଓ ପୋଷ୍ଟର । ବିଭିନ୍ନ ପ୍ରସଙ୍ଗକୁ ନେଇ ମାଓବାଦୀମାନେ ଦୁଇଟି ବ୍ୟାନର ଓ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । ସିପିଆଇ , ମାଓବାଦୀ , ଓଡିଶା ରାଜ୍ୟ କମିଟି ନାଁରେ ଲଗାଯାଇଥିବା ଏହି ପୋଷ୍ଟରରେ ଫାସୀବାଦ ଦମନ ବନ୍ଦ କରିବା ସହିତ ବିପ୍ଳବୀଙ୍କୁ ପୋଲିସ ମିଛ ଗୁଳିବିନିମୟରେ ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ କାଶ୍ମୀର ବାସୀଙ୍କ ଉପରେ ଜୁଲମ ବନ୍ଦ କରିବାକୁ ଆହ୍ୱାନ କରାଯାଇଛି । ଗତକାଲି ମଧ୍ୟ ରାତ୍ରିରେ ଏହି ପୋଷ୍ଟର ଲାଗିଥିବାବେଳେ ଏହି ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା ପୋଲିସ ପୋଷ୍ଟର ଏବଂ ବ୍ୟାନର ଉଦ୍ଧାର କରିନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here