ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ବଦଳିବା ଦରକାର । ଆଜି କଟକରେ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ଯୋଗ ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁ ରେଭେନ୍ସା ସାହେବଙ୍କ ନାଁରେ ରେଭେନ୍ସା ବିଶ୍ବବିଦ୍ୟାଳୟ ହୋଇଛି, ତାଙ୍କର ଓଡିଶା ପ୍ରତି କଣ ଅବଦାନ ରହିଥିଲା ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ନ ଅଙ୍କ ଦୁର୍ଭିକ୍ଷ ବେଳେ ଏହି ରେଭେନ୍ସା ସାହେବ କଣ କରୁଥିଲେ । ତାଙ୍କ ନାଁରେ କଣ ପାଇଁ ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ନାଁ ରହିବ, ତାହା ଓଡିଶାର ବୁଦ୍ଧିଜୀବୀ ବିଚାର କରିବା ଦରକାର । ତେବେ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here