ଜଗତସିଂହପୁର : ଜଗତସିଂହପୁର ପୌରାଞ୍ଚଳ ସ୍ଥିତ ବେଲପୋଖରୀ ଗାଁରେ ରୋଷେଇ କରୁଥିବା ସମୟରେ ଗ୍ୟାସରୁ ନିଆଁ ଲିକ୍ କରି ନିଆଁ ଲାଗି ଚାରି ଜଣ ଆହତ । ଆହତ ଚାରି ଜଣଙ୍କ ମଧ୍ୟରୁ ଦୁଇଜଣ ପୁରୁଷ ଓ ଦୁଇଜଣ ମହିଳା ଥିବାବେଳେ ଆହତମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ବେଲପୋଖରୀ ଗାଁର ସୁଜିତ ପଲାଉରୀ, ବନିତା ପଲାଉରୀ ଓ ତାଙ୍କ ପଡ଼ୋଶୀ ସୁଜିତ ନାୟକ ଏବଂ ମାମିନା ନାୟକ ବୋଲି ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଆହତ ମାନଙ୍କ ମଧ୍ୟରୁ ଦୁଇଜଣ ଅବସ୍ଥା ଗୁରୁତର ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।
ରିପୋର୍ଟ : ତାରାପଦ ମହାନ୍ତି

LEAVE A REPLY

Please enter your comment!
Please enter your name here